ଭଣ୍ଡା କାଟିଦେଲେ, ଗଣେଶ ବାହାରିଲେ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସହରର ୱାର୍ଡ ନମ୍ବର ୪ସ୍ଥିତ ଗିରିଧାରୀ ଲାଲ ବର୍ମାଙ୍କ ଘରେ ଅମୃତଭଣ୍ଡା ଭିତରୁ ପ୍ରଭୁ ଗଶେଷଙ୍କ ପ୍ରତିକୃତି ବାହାରିଥିଲା। ଏହା ପ୍ରଚାରିତ ହେବା ପରେ ଗିରିଧାରୀଙ୍କ ଘରକୁ ଭକ୍ତଙ୍କ ସୁଅ ଛୁଟିଥିଲା ପ୍ରଭୁଙ୍କ ଦର୍ଶନ ପାଇଁ ।

ଗୁରୁବାର ସକାଳେ ଗିରିଧାରୀଙ୍କ ପତ୍ନୀ ଜ୍ୟୋତି ରୋଷେଇ କରିବା ପାଇଁ ପରିବା କାଟୁଥିଲେ। ତେବେ ଅମୃତଭଣ୍ଡା କାଟିବା ପରେ ଅମୃତଭଣ୍ଡା ଭିତରୁ ଗଣେଶ ଆକୃତିର ପ୍ରତିକୃତି ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଜ୍ୟୋତି ବର୍ମା ଆଶ୍ଚର୍ଯ୍ୟଚକିତ ହୋଇପଡିବା ସହ ପାଖପଡ଼ୋଶୀଙ୍କୁ ଦେଖାଇଥିଲେ। ପରେ ତାଙ୍କ ଘରକୁ ବହୁ ଲୋକ ଆସି ଦର୍ଶନ କରିଥିଲେ।

ଜ୍ୟୋତିଙ୍କ ପରିବାର ପ୍ରତିବର୍ଷ ନିଜ ଘରେ ଭଗବାନ ଶ୍ରୀ ଗଣେଶଙ୍କ ପୂଜା କରି ଆସୁଥିବା ବେଳେ ତାଙ୍କ ଘରେ ପ୍ରଭୁଙ୍କ ଆଗମନ ନେଇ ନିଜକୁ ସୌଭାଗ୍ୟ ମନେ କରୁଛନ୍ତି ବୋଲି କହିଥିଲେ। ତେବେ ଭଗବାନଙ୍କ ଆବିର୍ଭାବ ପରେ ଜ୍ୟୋତି ଆଉ ରୋଷେଇ ନ କରି ଆଗନ୍ତୁକଙ୍କୁ ସ୍ୱାଗତ କରିବାରେ ଲାଗି ପଡ଼ିଥିଲେ।

ଅପରପକ୍ଷେ ଗିରିଧାରୀ ଏବଂ ଜ୍ୟୋତିଙ୍କ ଚାରି ପୁଅ ଝିଅ ମଧ୍ୟରୁ ପୁଅ ନାମ ଗଣେଶ ବର୍ମା ବୋଲି ଜଣାପଡ଼ିଛି। ଏବେ ଚାରିଆଡେ ଗଣେଶ ପୂଜା ଚାଲିଥିବାବେଳେ ଅମୃତଭଣ୍ଡାରେ ଗଣେଶଙ୍କ ପ୍ରତିକୃତିକୁ ନେଇ ସମଗ୍ର ପରିବେଶରେ ଭକ୍ତିର ମାହୋଲ ଦେଖାଦେଇଛି।