ସାଥୀରେ କମ୍ ଜିନିଷ ନେଲେ ବିମାନ ଟିକେଟରେ ମିଳିବ ରିହାତି

ନୂଆଦିଲ୍ଲୀ: କମ୍ ଜିନିଷ ସହ ଏବେ ବିମାନ ଯାତ୍ରା କଲେ ଯାତ୍ରୀଙ୍କୁ ରିହାତି ମିଳିବ। ଏନେଇ ନାଗରିକ ଉଡାଣ ମହାନିର୍ଦ୍ଦେଶାଳୟ (ଡୀଜୀସୀଏ) ତରଫରୁ ଏକ ସର୍କୁଲାର ଜାରି କରାଯାଇଛି। ଏଥିରେ ଯେଉଁ ଯାତ୍ରୀ କମ୍ ବ୍ୟାଗେଜ ସହ ଯାତ୍ରା କରିବେ ସେମାନଙ୍କୁ ଟିକେଟ ଦାମରେ ରହାତି ମିଳିବ ବୋଲି ଉଲ୍ଲେଖ କରାଯାଇଛି।

ଡୀଜୀସୀଏ ତରଫରୁ ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି କି, ଯାତ୍ରା ସମୟରେ ଏୟାରଲାଇନ୍ସ ତରଫରୁ ଯାତ୍ରୀଙ୍କୁ ଯେଉଁ ସୁବିଧା ପ୍ରଦାନ କରାଯାଇଥାଏ, ବହୁବାର ତାହା ସେମାନଙ୍କ କାମରେ ଆସିନଥାଏ ବୋଲି ଫିଡବ୍ୟାକରୁ ଜଣାପଡ଼ିଛି। ସେଥିପାଇଁ ସେହି ସୁବିଧାକୁ ଅଲଗା କରିବା ଲାଗି ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଆଉ ଟିକେଟ ବୁକ୍ କରିବା ସମୟରେ ଯାତ୍ରୀଙ୍କୁ ସେହି ସୁବିଧା ଦରକାର କି ନାହିଁ ତା’ର ବିକଳ୍ପ ଦିଆଯିବ।