ଡାଇରିଆରେ ୨ ମୃତ, ୩୮ ଆକ୍ରାନ୍ତ

ରାୟଗଡ଼ା,ଏନ୍ଏନ୍ଏସ୍: ପଦ୍ମପୁର ଅଞ୍ଚଳରେ ଡାଇରିଆ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାବେଳେ ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏଥିରେ ୩୮ ଜଣ ଆକ୍ରାନ୍ତ ଅଛନ୍ତି। ଉକ୍ତ ବ୍ଲକ୍‌ର ପେରୁପଙ୍ଗାଆଖୁସିଂମାରିଗୁଡ଼ାଖମାପଦରରେ ଝାଡ଼ାବାନ୍ତି ବ୍ୟପିଥିବାବେଳେ ଏହା ପଦ୍ମପୁର ବ୍ଲକ୍‌ ସଦର ମହକୁମାକୁ ମଧ୍ୟ ବ୍ୟାପିଲାଣି । ଗତ କାଲି ୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଜି ସକାଳୁ ପୁଣି ୪୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।

ପଦ୍ମପୁରର ଶଶିରେଖା ରାଉତ(୬୦) ଓ ମାରିଗୁଡ଼ାର ବୁଧବାରି ଶବର(୭୫)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା  ପ୍ରକାଶ ପାଇଛି । ଆଜି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ମମତା ଚୌଧୁରୀ ଏବଂ ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ମମତା ସାହୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ମାରିଗୁଡ଼ାଖମାପଦର ଏବଂ ପଦ୍ମପୁରର ଇନ୍ଦିରା ନଗର ଯାଇ  ଲୋକଙ୍କ ସହ ଆଲୋଚନା କରିଛନ୍ତି । ସେହିଭଳି ଗୁଣପୁର ଉପଜିଲ୍ଲାପାଳ ବିଏସ୍ ବଳିରାମ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟସେବା ନେଇ ଆଲୋଚନା କରିଛନ୍ତି । ପେରୁପଙ୍ଗାଆଖୁସିଂମାରିଗୁଡ଼ା ଏବଂ ଖମାପଦର ଗାଁରେ ଦୁଇଟି ଭ୍ରାମ୍ୟମାଣ ଡାକ୍ତରୀଦଳ ପହଞ୍ଚି ଲୋକଙ୍କୁ ପ୍ରତିଷେଧକ ଚିକିତ୍ସା ଆରମ୍ଭ କରିବା ସହ ଜଳଉତ୍ସ ବ୍ୟବହାରକୁ ନେଇ ସଚେତନା ଆରମ୍ଭ କରିଥିବା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୌମ୍ୟରଞ୍ଜନ ପତି କହିଛନ୍ତି । ଅପରପକ୍ଷେ ଗାଁର ପାଣି ଉତ୍ସକୁ ମଧ୍ୟପଞ୍ଚାୟତ ସମିତି ପକ୍ଷରୁ ବ୍ଲିଚିଂ ପକାଇ ବିଶୋଧନ କରାଉଥିବା ବେଳେ ନଳକୂପ ଗୁଡ଼ିକୁ ମଧ୍ୟ ବିଶୋଧନ କରାଯାଉଛି ।