ଡବ୍‌ଲ୍ୟୁଏସ୍‌ଏଫ୍ ୱାର୍ଲ୍ଡ ଡବଲ୍ସ ଚାମ୍ପିଅନ୍‌ଶିପ୍‌; ଭାରତକୁ ପ୍ରଥମ ସ୍ୱର୍ଣ୍ଣଦେଲେ ଦୀପିକା-ସୌରଭ

ନୂଆଦିଲ୍ଲୀ,ଏଜେନ୍ସି: ଗ୍ଲାସ୍‌ଗୋରେ ଚାଲିଥିବା ଡବ୍‌ଲ୍ୟୁଏସ୍‌ଏଫ୍ ୱାର୍ଲ୍ଡ ଡବଲ୍ସ ସ୍କ୍ୱାଶ୍ ଚାମ୍ପିଅନ୍‌ଶିପ୍‌ରେ ଦୀପିକା ପାଲିକଲ୍ କାର୍ତ୍ତିକ ଓ ସୌରଭ ଘୋଷାଲ୍‌ଙ୍କ ଯୋଡ଼ି ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଛନ୍ତି। ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ଦ୍ୱିତୀୟ ସିଡ୍ ଭାରତୀୟ ଯୋଡ଼ି ଇଂଲଣ୍ଡର ଆଦ୍ରିଆନ୍ ୱାଲର୍ ଓ ଆଲିସନ୍ ୱାଟର୍ସଙ୍କ ଚତୁର୍ଥ ସିଡ୍ ଯୋଡ଼ିକୁ ୧୧-୬, ୧-୮ ସିଧା ସେଟ୍‌ରେ ହରାଇ ଟାଇଟଲ୍ ଜିତିଛନ୍ତି।

ସେହିପରି ଦୀପିକା ମଧ୍ୟ ମହିଳା ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡର ଜୋଲି କିଙ୍ଗ୍ ଓ ଆମଣ୍ଡା ଲ୍ୟାଣ୍ଡର୍ସ ମଫି ଆହତ କାରଣରୁ ସେମିଫାଇନାଲ୍‌ରୁ ଓହରିଯିବା ଫଳରେ ଜ୍ୟୋତ୍ସ୍ନା ଚିନାପ୍ପା ସହ ଦୀପିକା ଟାଇଟଲ୍ ପାଇଁ ମୁକାବିଲା କରିବେ। ଟାଇଟଲ୍ ଲଢ଼େଇରେ ଭାରତୀୟ ଯୋଡ଼ି ଇଂଲଣ୍ଡର ସାରାହ-ଜାନେ ପେରୀ ଓ ଆଲିସନ୍ ୱାଟର୍ସଙ୍କ ଯୋଡ଼ିକୁ ଭେଟିବେ।