ବିଜେପୁର ଉପନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା

ବିଜେପୁର ଉପନିର୍ବାଚନ ଲାଗି କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି। ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ବିଜେପୁରରେ ଉପନିର୍ବାଚନ ଲାଗି ଏଆସିସି କଂଗ୍ରେସ ଘୋଷଣା କରିଛି। ପିସିସି ପକ୍ଷରୁ ୫ଜଣଙ୍କ ନାମ ଏଆଇସିସିକୁ ପଠାଯାଇଥିଲା। ବୁଧବାର ସନ୍ଧ୍ୟାରେ ଦିଲ୍ଲୀପ ପ୍ରାର୍ଥୀ ହେବାନେଇ ଏଆସିସି ବିଧିବଦ୍ଧ ଭାବେ ଘୋଷଣା କରିଛି। ଦିଲ୍ଲୀପ ଏନେଇ ସୋନିଆ, ରାହୁଲ ଓ ନିରଞ୍ଜନଙ୍କୁ ଧନ୍ୟବାଦ ଜଣାଇଛନ୍ତି।