ଡ୍ରଗ୍ସ ମାମଲାରେ ଅଭିନେତା ଦିଲ୍ଲୀପ ତାହିଲଙ୍କ ପୁଅ ଧ୍ରୁବ ଗିରଫ

ମୁମ୍ବାଇ,ଏଜେନ୍ସି: ବଲିଉଡର ପ୍ରସିଦ୍ଧ କଳାକାର ଦିଲ୍ଲୀପ ତାହିଲଙ୍କ ପୁଅ ଧ୍ରୁବ ତାହିଲଙ୍କୁ ଏନସିବି ଡ୍ରଗ୍ସ ମାମଲାରେ ଗିରଫ କରିଛି। ତାଙ୍କ ଉପରେ ଡ୍ରଗ୍ସ କିଣିବା ଓ ସେବନ କରିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ବହୁ ସମୟ ଧରି ବଲିଉଡରେ ଡ୍ରଗ୍ସ ମାମଲା ନେଇ ଏନସିବି ଯାଞ୍ଚ କରୁଛି। ଏହି ମଧ୍ୟରେ ଅନେକ ପ୍ରସିଦ୍ଧ କଳାକାରଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି। ଏହି ଯାଞ୍ଚରେ ଏନସିବି ଡ୍ରଗ୍ସ ପେଡଲର ମୁଜମିଲ ଅବଦୁଲ ରହମାନ ଶେଖକୁ ଗିରଫ କରିଥିଲା। ଗିରଫ ପରେ ତାର ହ୍ୱାଟସଆପରୁ ଧ୍ରୁବ୍ ତାହିଲର ନାମ ସାମ୍ନାକୁ ଆସିଥିଲା। ଏନେଇ ଆଜି ଏନସିବି ତାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ପଚରାଉଚରା ଜାରି ରଖିଛି। ରିପୋର୍ଟ ଅନୁସାରେ ୨୦୧୯ରୁ ୨୦୨୧ ମଧ୍ୟରେ ଧ୍ରୁବ୍ ଅନେକ ଥର ଡ୍ରଗ୍ସ କିଣିଛି। ଏନେଇ ଧ୍ରୁବ୍ ନିଜ ବ୍ୟାଙ୍କ ଆକାଉଣ୍ଟରୁ ମୁଜମିଲକୁ ୬ ଥର ମୋଟା ରକମର ଟଙ୍କା ପଠାଇଛି।