ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ମୁମ୍ବାଇ,ଏଜେନ୍ସି: ପ୍ରଖ୍ୟାତ ବଲିଉଡ କଳାକାର ଦିଲ୍ଲୀପ କୁମାରଙ୍କ ଗତ ରବିବାର ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏନେଇ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଅନୁସାରେ ତାଙ୍କ ଫୁସଫୁସରେ ସମସ୍ୟା ଦେଖାଦେଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କୁ ଆସନ୍ତା କିଛି ଦିନ ମଧ୍ୟରେ ଡିସ୍‌ଚାର୍ଜ କରିଦିଆଯିବ ବୋଲି ଜଣାପଡ଼ିଛି।