ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ଗାନ୍ଧୀଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅହମ୍ମଦନଗର ଆସନର ପୂର୍ବତନ ସାଂସଦ ଦିଲ୍ଲୀପ କୁମାର ମନସୁଖଲାଲ ଗାନ୍ଧୀଙ୍କର ବୁଧବାର ସକାଳେ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ସେ କେତେକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ କିଛିଦିନ ହେଲା ଦିଲ୍ଲୀରେ ରହୁଥିଲେ। ଗତ ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ଗାନ୍ଧୀ ଅହମ୍ମଦନଗର ଲୋକସଭା ଆସନରୁ ତିନିଥର ପ୍ରତିନିଧିତ୍ୱ କରିଥିଲେ। ୧୯୯୯ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଥିଲେ। ତାଙ୍କର ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଦିଲ୍ଲୀପଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।