ସୋପ୍ନେନ୍ଦୁ ମହାନ୍ତି ଡିଜିଟାଲ ଓ ଅର୍ଥନୈତିକ ଜ୍ଞାନକୌଶଳର ଉପଦେଷ୍ଟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୈତିକ ଜ୍ଞାନକୌଶବିତ୍ ତଥା ବଜାର ସଂସ୍କାରକ ଓ ଉନ୍ନତିମୂଳକ ଯୋଜନା ବିଶାରଦ ସ୍ୱପ୍ନେନ୍ଦୁ ମହାନ୍ତିଙ୍କୁ ରାଜ୍ୟ ସରକାରଙ୍କ ଡିଜିଟାଲ ଓ ଅର୍ଥନୈତିକ ଜ୍ଞାନକୌଶଳ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ଓ ଶ୍ରୀ ମହାନ୍ତି ରାଷ୍ଟ୍ରପାହ୍ୟାରେ କାର୍ଯ୍ୟ କରିବେ।

ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଠାରୁ ଯୋଜନା ସମ୍ବନ୍ଧୀୟ ପ୍ରତିକ୍ରିୟା ସଂଗ୍ରହ କରି ବିଭାଗୀୟ ମନ୍ତ୍ରୀଙ୍କ ଜରିଆରେ ସମ୍ପୃକ୍ତ ବିଭାଗମାନଙ୍କୁ ଦେବେ। ଯୋଜନାର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ଫିଡବ୍ୟାକ୍ ଏବଂ ଆବଶ୍ୟକ ସ୍ଥଳରେ ବିଭିନ୍ନ ପ୍ରସ୍ତାବ ମଧ୍ୟ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଲୋକାଭିମୂଖୀ ଯୋଜନାଗୁଡିକ ଶ୍ରୀ ମହାନ୍ତିଙ୍କ ପ୍ରଚେଷ୍ଟାରେ ଅଧିକ କ୍ରିୟାଶୀଳ ହେବ ବୋଲି ଆଶା କରାଯାଇଛି।