ନେତାଜୀ ଜୟନ୍ତୀରେ ଦୀଦୀଙ୍କ ବିଶାଳ ପଦଯାତ୍ରା

କୋଲକାତା: ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୮ କିମି ପଦଯାତ୍ରା ଆରମ୍ଭ କରିଛନ୍ତି। ଶ୍ୟାମା ବଜାରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ରେଡ ରୋଡରେ ଶେଷ ହେବ। ଏଥିରେ ସହସ୍ରାଧିକ ସମର୍ଥକ ମମତାଙ୍କ ସହ ସାମିଲ ହୋଇଛନ୍ତି। ଏହି ଅବସରରେ ମମତା ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଅନ୍ୟପଟେ ‘ପରାକ୍ରମ ଦିବସ’ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ କିଛି ସମୟ ପରେ କୋଲକାତା ପହଞ୍ଚିବେ। ଆଜି ଦିନ ତମାମ ବଙ୍ଗଳାରେ ରାଜନୀତି ସରଗରମ ରହିବ।