ଦିଦି ଦୌଡିଲେ ୧୦ କିମି

କୋଲକତା,ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦାର୍ଜିଲିଂରେ ୧୦କିଲୋମିଟର ଦୌଡିଛନ୍ତି। ଦାର୍ଜିଲିଂ ଜିଲ୍ଲାର କରୁରସେଙ୍ଗରୁ ମହାନଦୀ ଯାଏଁ ଦିଦି ଦୌଡିଥିଲେ । ଏହି ସମୟରେ ତାଙ୍କ ସାଥିରେ ଅମଲା, ପୁଲିସ ଅଧିକାରୀଙ୍କ ସହ ଟିଏମସି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଇଣ୍ଟରନ୍ୟାସନାଲ୍ ଡେ ଅଫ୍ କ୍ଲାଇମେଟ ଆକ୍ସନ ଅବସରରେ ମମତା ଜନସାଧାରଣଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ଉଦ୍ୟମ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ୧୦କିଲୋମିଟର ଜଗିଂ କରିଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଏତେ ବାଟ ଜଗିଂ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ବିଭିନ୍ନ ସମୟରେ କେନ୍ଦ୍ର ବିରୋଧୀ ବୟାନ୍ ଦେଇ ଦିଦି ଚର୍ଚ୍ଚାରେ ରହିଥିବା ବେଳେ ଏବେ ଦିଦିଙ୍କ ୧୦ କିମିର ଜଗିଂ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ଦେଖିବାକୁ ଗଲେ ରାଜନୈତିକ ଜୀବନ ଭିତରେ ମମତା କେତେ ଫିଟ୍ ଅଛନ୍ତି ତାହା ମଧ୍ୟ ଏହି ୧୦ କିମିର ଜଗିଂରେ ସେ ପ୍ରମାଣ କରିଛନ୍ତି ।