ଅନାଥ ଆଶ୍ରମରେ ଜନ୍ମ ଦିନ ପାଳିଲେ ମନ୍ତ୍ରୀ

ଭବାନୀପାଟଣା,୨୯।୮/ଏନ୍ଏନ୍ଏସ୍: ନିଜ ୫୧ ତମ ଜନ୍ମ ଦିନକୁ ଅତି ନିଆରା ଭାବେ ପାଳନ କରିଛନ୍ତି ଓଡ଼ିିଶା ରାଜ୍ୟ ଗୃହ,ଶକ୍ତି,କ୍ଷୁଦ୍ରଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ନିଜ ଜନ୍ମ ଦିନରେ ନିଜ ମା’ଙ୍କ ଠାରୁ ଆର୍ଶୀବାଦ ନେଇ ସେ ଧର୍ମଗଡ଼ ସ୍ଥିତ ଯୋଶଦା ଅନାଥ ଆଶ୍ରମରେ ବାପା ମା ଛେଉଣ୍ଡ କୁନି କୁନି ପିଲାଙ୍କ ସହ କେକ୍ କାଟିଛନ୍ତି।

ବାପା ସେନାବହିନୀରେ ଡ୍ରାଇଭର ଥିବାବେଳେ ନିଜ ପିଲାଦିନେ ସେ ଖୁବକଷ୍ଟରେ ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ି ଏୟାରଫୋର୍ସରେ ପାଇଲଟ ଭାବେ ଯୋଗଦେଲେ। ଏହି ସମୟରେ ସେ ଅନେକ ପ୍ରଧାନମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ନେତାଙ୍କୁ ଆକାଶରେ ଉଡ଼ାଇଥିଲେ। ୨୦୧୪ରେ ବିଜୁଜନତା ଦଳରୁ ଜୁନାଗଡ ବିଧାୟକ ନିର୍ବାଚିତ ହେବା ପରେ କଳାହାଣ୍ଡିର ଦାରିଦ୍ର୍ୟ,ଆନାହାର ,ଅର୍ଦ୍ଧାହାରକୁ ଲୋକଙ୍କ ଠାରୁ ଦୂରେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତିି। ଲଗାତାର ୨ ଥର ବିଧାୟକ ନିର୍ବାଚିତ ହେବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପଟେନ ଶ୍ରୀ ମିଶ୍ରଙ୍କୁ ଏତେବଡ ଗୁରୁ ଦାୟିତ୍ୱ ଦେଇଥିବାରୁ ସେତାଙ୍କ ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। କୁନି କୁନି ପିଲାଙ୍କ ସହ କେକ କାଟି କେକ ଖୁଆଇବା ଅନୁଭୁତି ମଧ୍ୟ ନିଆରା ଅନୁଭୁତି ଥିଲା ଏବଂ ଏହା ମୋପାଇଁ ସୃତି ହୋଇରହିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତିି। ଅନାଥ ପିଲାଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ଏହି ଅବସରରେ ସମାଜସେବୀ ବିଷ୍ଣୁ ଅଗ୍ରୱାଲ ମନ୍ତ୍ରୀଙ୍କ ଜରିଆରେ ଅନାଥ ଆଶ୍ରମକୁ ୫୧ ହଜାର ଟଙ୍କା ଦାନ କରିଥିଲେ।