ପାଟଣା ବ୍ଲକ୍ ଗସ୍ତରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଗୋଡିପୋଖରୀ ଠାରେ ନିର୍ମାଣାଧୀନ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଗ୍ରୀଡ଼ ପରିଦର୍ଶନ କଲେ ମନ୍ତ୍ରୀ

ପାଟଣା,ଏନ୍ଏନ୍ଏସ୍: ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଗସ୍ତରେ ଆସିଛନ୍ତି। ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମରେ ନର୍ମାଣାଧୀନ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଗ୍ରୀଡ଼କୁ ବୁଲି ଦେଖିବା ସହ ଖୁବଶୀଘ୍ର ଏହାର ନିର୍ମାଣ କାର୍ୟ୍ୟ ସମ୍ପନ୍ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଗ୍ରୀଡରୁ ପାଟଣା ନିର୍ବାଚନ ମଣ୍ଡଳୀର ୨୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ବାସୀ ନିରବଛିନ୍ନ ବିଦ୍ୟୁତ ସେବା ପାଇବାର ଲକ୍ଷ୍ୟ ରଖି ୧ ଶହ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିସହ ପାଟଣା ମୁଖ୍ୟାଳୟକୁ ଖୁବଶୀଘ୍ର ଟିକିରା ଗ୍ରୀଡ଼ରୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ମନ୍ତ୍ରୀଙ୍କ ଗସ୍ତ ସମୟରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା, ଜନପ୍ରତିନିଧି ତଥା ବିଦ୍ୟୁତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।