କେ.ପି ଧଳସାମନ୍ତଙ୍କ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି : ଧର୍ମନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ କେ.ପି . ଧଳସାମନ୍ତଙ୍କ ଦେହାନ୍ତରେ ସାମାଜିକ ଗଣମାଧ୍ୟମରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମିଲିଟାରୀ ଅପରେସନରେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ କେ.ପି .ଧଳସାମନ୍ତଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ଓଡ଼ିଶାର ଜଣେ ନିଡର ସମର୍ଥକ, ସାମରିକ ବାହିନୀର ସଂସ୍କୃତି ଏବଂ ମୂଲ୍ୟବୋଧରେ ଶ୍ରୀ ସାମନ୍ତ ମିଲିଟାରୀ ଜେନେରାଲ୍ସଙ୍କ ମଧ୍ୟରୁ ଅନ୍ୟତମ। ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।