କରୋନା କବଳରେ ଧୋନୀଙ୍କ ବାପା-ମାଆ

ରାଞ୍ଚି,ଏଜେନ୍ସି: ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା-ମାଆ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରୋନା ବର୍ତ୍ତମାନ କାୟା ବିସ୍ତାର କରିବାରେ ଲାଗିଛି। ଝାଡଖଣ୍ଡରେ ମଧ୍ୟ ଏହାର ପ୍ରଭାବ ରହିଛି। ଆଜି ଧୋନୀଙ୍କ ବାପା ପାନ ସିଂ ଓ ମାଆ ଦେବୀକା ଦେବୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର। ସେ ଖୁବଶୀଘ୍ର ଭଲ ହୋଇଯିବେ ବୋଲି ଅନୁମାନ କରିଛନ୍ତି ଡାକ୍ତର। ଝାଡଖଣ୍ଡରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଧୋନୀ ବର୍ତ୍ତମାନ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱରେ ଅଛନ୍ତି। କରୋନା କୋପରେ ବର୍ତ୍ତମାନ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ସଂକ୍ରମିତ ହେଉଛନ୍ତି।