ବିସ୍ମୟ ଭାଇଭଉଣୀ: ଆଖିରେ ପଟି ବାନ୍ଧି ପଢ଼ି ପାରୁଛନ୍ତି ବହି

ଢେଙ୍କାନାଳ, ଏନ୍ଏନ୍ଏସ୍ : ଢେଙ୍କାନାଳ ଜିଲ୍ଲା ଭୁବନର ବିସ୍ମୟ ଭାଇଭଉଣୀ ନିବେଦିତା ଓ ରଶ୍ମିରଞ୍ଜନ। ଆଖିରେ ପଟି ବାନ୍ଧିଲା ପରେ ବି ସବୁକିଛି ଦେଖିପାରୁଛନ୍ତି। ଲେଖିବା ସହ ବହି ପଢ଼ି ପାରୁଛନ୍ତି। ସୂଚନା ଯୋଗ୍ୟ, ପ୍ରାୟ ଏକ ମାସ ତଳେ ଝିଅ ନିବେଦିତା ଆଖି ବନ୍ଦ ଥିଲେ ବି ସବୁ ଦେଖିପାରୁଥିବାର ମାଙ୍କୁ କହିଥିଲେ। ଆଉ ଏଇ କିଛି ଦିନ ହେଲା ତାଙ୍କ ପୁଅ ରଶ୍ମିରଞ୍ଜନ ବି ସମାନ ଢଙ୍ଗରେ ସବୁ କିଛି ଦେଖିପାରୁଛନ୍ତି। ପ୍ରଥମେ ପ୍ରଥମେ ଏ କଥାକୁ କେହି ବିଶ୍ୱାସ କରୁ ନଥିଲେ। ପରେ ବିଭିନ୍ନ ସମୟରେ ଖେଳିବା ବାହାନାରେ ସେ ସାଙ୍ଗ ମାନଙ୍କ ସହିତ ନିୟମିତ ଆଖିରେ ପଟିବାନ୍ଧି ବିଭିନ୍ନ ବସ୍ତୁ ସମ୍ପର୍କରେ କହି ପାରୁଥିବା ଦେଖି ମାଆ ପ୍ରମିଳା ବେଜ ଓ ପିତା ମାନସ ବେଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉଭୟ ଏବେ ଭୁବନ ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢୁଛନ୍ତି। ନିବେଦିତା ଷ୍ଟାଣ୍ଡାର୍ଡ ୪ ଓ ରଶ୍ମିରଞ୍ଜନ ଷ୍ଟାଣ୍ଡାର୍ଡ ୨ରେ ପଢୁଛନ୍ତି।