୫ ଦିନିଆ ବିଦେଶ ଗସ୍ତର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଦିନରେ ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ ଦ୍ୱିପାକ୍ଷିକ ଆଲୋଚନା

ୠଷ/ନୂଆଦିଲ୍ଲୀ/ଭୁବନେଶ୍ୱର, : ଋଷର ପୂର୍ବାଂଚଳରେ ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ ରଖିଛନ୍ତି । ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ଋଷର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ସମୟରେ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ଏବଂ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳିଙ୍କ ସହ ଋଷରେ ପହଁଚିବା ପରେ ପ୍ରଥମେ ସେଠାରେ ଭାରତୀୟ ରାଷ୍ଟ୍ରଦୂତ ବାଲା ଭେଙ୍କଟଶ୍ ବର୍ମାଙ୍କ ସହ ଭରତ-ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ ଭାବରେ ତୈଳ, ଗ୍ୟାସ ଓ ଇସ୍ପାତ୍ କ୍ଷେତ୍ରର ସମୀକ୍ଷା କରିଥିଲେ। ଉଭୟ ପୂର୍ବାଂଚଳ ଋଷର କୁକିଂ କୋଲ୍ ଉପରେ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ପୂର୍ବାଂଚଳ ଋଷର ସର୍ବବୃହତ ଜେଭେଜଡା ସ୍ଥିତ ଜାହାଜ ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନା କରିଥିଲେ ।

ଏହାସହ ସେଠାରେ ରୋଜନେଫ୍ଟର ସିଇଓ ସଚିନ ଇଗୋରଙ୍କୁ ମଧ୍ୟ ସାକ୍ଷାତ୍ କରି ଜେଭେଜଡା ଜାହାଜ ପ୍ରକଳ୍ପ ଉପରେ

ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜେଭେଜଡା ଜାହାଜ ସିପୟାର୍ଡ୍ ଆରକେଟିକ୍ ସିପିଂର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଭାରତ ଏବଂ ଋଷର ଜଳପଥକୁ ବିକାଶିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଅବସରରେ ଋଷର ପୂର୍ବାଂଚଳରେ ହାତକୁ ନିଆଯାଇଥିବା ବିଭିନ୍ନ ଯୁଗ୍ମ ତୈଳ ଏବଂ ଗ୍ୟାସ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବା ସହ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ ।