ରାଜ୍ୟର ପ୍ରଥମ ମହିଳାଙ୍କ ବିୟୋଗରେ ଦୁଃଖପ୍ରକାଶ କଲେ ଧର୍ମେନ୍ଦ୍ର ଓ ପ୍ରତାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ପ୍ରଥମ ମହିଳା ତଥା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ।

ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜୀଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ଅମର ଆତ୍ମାର ସଦଗତି କାମନା କରୁଛି।

ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୁଶୀଳା ଦେବୀଙ୍କର ଓଡ଼ିଶାର ଲୋକଙ୍କ ପ୍ରତି ପ୍ରଚୁର ସ୍ନେହ ଓ ମମତା ରହିଥିଲା ବୋଲି କହିଛନ୍ତି। ରାଜଭବନରେ ତାଙ୍କର ଆତିଥ୍ୟକୁ ମନେପକାଇଛନ୍ତି ପ୍ରତାପ। ଏହି କ୍ଷତି ସହିବା ପାଇଁ ମାନ୍ୟବର ରାଜ୍ୟପାଳ ଏବ ପରିବାରର ଅନ୍ୟ ସଦସ୍ୟଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।