ରିଆମାଳରେ ଧାନ ମଣ୍ଡିର ଶୁଭାରମ୍ଭ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ରିଆମାଳ ସେବା ସମବାୟ ସମିତିରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ସେବା ସମବାୟ ସମିତିର ସଭାପତି ତରଣୀସେନ ପ୍ରଧାନ, ଉପସଭାପତି ସୁନିତି ସାହୁ, ସମ୍ପାଦକ ମୋତିଲାଲ ପ୍ରଧାନଙ୍କ ତତ୍ୱାବଧାନରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି କୌଶିକ କୁମାର ପ୍ରଧାନ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ପୂଜକ ଭାବେ ପ୍ରବୀର ଶତପଥୀ ହୋମକାର୍ଯ୍ୟ କରିଥିଲେ । ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଇ, ରିଆମାଳ ଯୋଗାଣ ନୀରକ୍ଷକ ଦୋରେସ ସୋହେଲା, ବ୍ଲକ ଚାଷୀ ସମ୍ପାଦକ ଯୋଗେଶ୍ୱର ବିଶ୍ୱାଳ, ରସାନନ୍ଦ ବିଶ୍ୱାଳ, ରମାକାନ୍ତ ପ୍ରଧାନ, ଜନାର୍ଦ୍ଦନ ପ୍ରଧାନ, ମକରଧ୍ୱଜ ପ୍ରଧାନ, ଗାନ୍ଧୀଚରଣ ନାୟକ ଓ ପାଣୁ ରାଉତଙ୍କ୍ ସମେତ ବହୁ ଚାଷୀ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଥମ ଚାଷୀ ଅଚ୍ୟୁତାନନ୍ଦ ସାହୁଙ୍କର ୩୩ କ୍ୱିଣ୍ଟାଲ ଧାନ କିଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୮ହଜାର ୨୦୦ କ୍ୱିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି । ପ୍ରତିଦିନ ୧୦୦ କ୍ୱିଣ୍ଟାଲ ଧାନ କିଣିବାର ଟାର୍ଗେଟ ରଖାଯାଇଛି । ମଣ୍ଡି ସଭାପତି ବିରେନ ପ୍ରଧାନ ଓ ଯଦୁମଣି ସାହୁ ମଣ୍ଡି ପରିଚାଳନା କରୁଥିବାବେଳେ ଦେବଗଡ଼ ଆରଏମସି ମଣ୍ଡି ଆନାଲିସିସ୍ ଟିକାୟତ ନନ୍ଦ ମତ୍ସ୍ୟ ମିଟର ଦ୍ୱାରା ଧାନର ଆଦ୍ରତା ପରୀକ୍ଷା କରୁଛନ୍ତି ।