ଧାମରାରୁ କୋଲକାତା ସାମୁଦ୍ରିକ ଗେଣ୍ଡା ଚାଲାଣ : ୫ ଅଟକ

ବାଲେଶ୍ୱର,ଏନ୍ଏନ୍ଏସ୍: ଦୁଇଟି ବସ୍ ଯୋଗେ ଭଦ୍ରକ ଜିଲ୍ଲା ଧାମରାରୁ କୋଲକାତା ଅଭିମୁଖେ ସାମୁଦ୍ରିକ ଗେଣ୍ଡା, ଶାମୁକା, କଙ୍କଡା ଆଦି ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଶୁକ୍ରବାର ଭୋର ସମୟରେ ଖନ୍ତାପଡ଼ା ପୁଲିସ ଏବଂ ମତ୍ସ୍ୟ ବିଭାଗ ମିଳିତ ଭାବେ ଚଢ଼ାଉ କରି ବହୁ ପରିମାଣରେ ଜୀବନ୍ତ ଗେଣ୍ଡା ସହ ଅନ୍ୟ ସାମୁଦ୍ରିକ ଜୀବକୁ ଜବତ କରିଛି। ଏହା ସହ ଦୁଇଟି ବସକୁ ଜବତ କରିଥିବା ବେଳେ ବସରରେ ଥିବା ୫ଜଣ କର୍ମଚାରୀଙ୍କୁ ଖନ୍ତାପଡା ପୁଲିସ ଅଟକ ରଖିଛି।

ସୂଚନା ଅନୁସାରେ,ଶୁକ୍ରବାର ସକାଳେ ଭଦ୍ରକ ଜିଲ୍ଲା ଧାମରା ଅଂଚଳରୁ ଦୁଇଟି ଘରୋଇ ବସ ଯଥାକ୍ରମେ ବାବାବଣୀ ବସରେ ପ୍ରଚୁର ପରିମାଣରେ ସାମୁଦ୍ରିକ ଗେଣ୍ଡା,ଶାମୁକା,କଙ୍କଡା ଆଦି ବସ୍ତାରେ ଭର୍ତି ହୋଇ କଲିକତା ଅଭିମୁଖେ ଚୋରୋ ଚାଲାଣ ହେଉଥିବା ମତ୍ସ୍ୟ ବିଭାଗ ଖବର ପାଇଥିଲା। ଏନେଇ ମତ୍ସ ବିଭାଗ ଖନ୍ତାପଡା ପୁଲିସ ସହାୟତାରେ ଜାତୀୟ ରାଜପଥ ଖନ୍ତାପଡା ଛକଠାରେ ଚଢ଼ାଉ କରିଥିଲା। ତେବେ ଏହି ଦୁଇଟି ଘରୋଇ ବସ ସାଧାରଣ ଯାତ୍ରୀଙ୍କ ପରିବେର୍ତ ବସ୍ତା ବସ୍ତା ଗେଣ୍ଡା,ଶାମୁକା,କଙ୍କଡା ଚୋରା ଚାଲାଣ କରୁଥିଲା।

ତେବେ ଗେଣ୍ଡା ଗୁଡିକ ଜୀବନ୍ତ ଥିବାରୁ ସେମାନେ ବସ୍ତାରୁ ବାହାରି ବସର କାଚ ଉପରେ ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଲକ୍ଷା ଧିକ ଟଙ୍କା ହେବ ବୋଲି ଜଣାପଡ଼ୁଥିବା ବେଳେ ବର୍ତମାନ ସୁଦ୍ଧା ମତ୍ସ୍ୟ ବିଭାଗ ଏବଂ ଖନ୍ତାପଡା ପୁଲିସ ପକ୍ଷରୁ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଏହି ଘଟଣାରେ ପୁଲିସ ଦୁଇଟି ବସରେ ଥିବା ୫ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି। ଏନେଇ ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି,ମତ୍ସଦ ବିଭାଗ ଏହାକୁ ଧରିଥିଲା ଏବଂ ପୁଲିସ କେବଳ ସହଯୋଗ କରିଥିଲା। ତେବେ ସେମାନେ ଗାଡିର ୫ଜଣ କର୍ମଚାରୀଙ୍କୁ ଥାନାରେ ରଖି ପଚରା ଉଚରା କରିବା ପରେ ଦିନ ୧୧ଟାରେ ଉକ୍ତ ଗାଡିକୁ ଛାଡି ଦେଇଛିନ୍ତି ବୋଲି କହିଛନ୍ତି।