ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ପବିତ୍ର ମହାଳୟା ଅବସରରେ ପାଟଣାଗଡ଼ର ଐତିହାସିକ ପାଟଣା ଷ୍ଟେଟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଆଜି ଆମାବାସ୍ୟା ତଥା ମହାଳୟା ଥିବାରୁ ସମଲେଶ୍ୱରୀ ମନ୍ଦିରରେ ମା’ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଏହି ବେଶ ଦେଖିବାକୁ ଦୂରଦୁରାନ୍ତରରୁ ଭକ୍ତ ଦର୍ଶନ କରିବାକୁ ଆସୁଛନ୍ତି ଓ ମା’ଙ୍କ ଏହି ବେଶ ଦର୍ଶନ କଲେ ପୁନ୍ୟ ମିଳିଥାଏ ବୋଲି କହିଛନ୍ତି। ଆଜି ରାତିରେ ମଧ୍ୟ ମା’ଙ୍କୁ ଝାରବଏଲ ଅଣାଯାଇ ସହର ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି।