କରୋନାରୁ ସୁସ୍ଥ ହୋଇଥିବା ପୁଲିସ କୋଭିଡ ଯୋଦ୍ଧାଙ୍କ ସହ ଡିଜିପିଙ୍କ ଭିଡିଓ କନଫରେନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଅପରାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୁଲିସ କୋଭିଡ଼ ଯୋଦ୍ଧାମାନଙ୍କ ସହ କଟକରୁ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି। ଏହି ସମୟରେ ୧୪ଟି ଜିଲ୍ଲାର ପୁଲିସ କୋଭିଡ ଯୋଦ୍ଧାମାନେ ଅଂଶଗ୍ରହଣ କରିଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ ଏହି ଅବସରରେ କୋଭିଡ଼ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକସେବା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିଥିଲେ। ଅନେକ କୋଭିଡ଼ ଯୋଦ୍ଧା ମଧ୍ୟ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଭବିଷ୍ୟତରେ ସେମାନେ ପୂର୍ଣ୍ଣ ଦୃଢତା ଓ ସମର୍ପଣ ମନୋଭାବ ସହ କାର୍ଯ୍ୟ ସମ୍ପାଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଭିଡିଓ କନଫରେନ୍ସିଂରେ ଭୁବନେଶ୍ଵର ଓ କଟକ ସହରାଞ୍ଚଳ ପୁଲିସ ସମେତ ଅନୁଗୁଳ, ବ୍ରହ୍ମପୁର, ବଲାଙ୍ଗିରି, ଗଜପତି, ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନୟାଗଡ, ପୁରୀ, କଟକ ଏବଂ ରାଉରକେଲା ଜିଲ୍ଲା ପୁଲିସ ସାମିଲ ଥିଲେ।