ଉପକୂଳବର୍ତ୍ତୀ ସୁରକ୍ଷାକୁ ନେଇ ସମୀକ୍ଷା କଲେ ପୁଲିସ ଡିଜି

ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସୁରକ୍ଷାକୁ ନେଇ ପୁଲିସ ଡିଜି ବିକେ ଶର୍ମା ସମୀକ୍ଷା କରିଛନ୍ତି। ଭିଡିଓ କନଫରେନ୍ସି ମାଧ୍ୟମରେ ୭ ଜିଲ୍ଲାର ଏସପିଙ୍କୁ ନେଇ ଉପକୂଳ ଅଞ୍ଚଳକୁ କିପରି ସୁରକ୍ଷିତ ହୋଇପାରିବ, ସେ ବିଷୟରେ ଆଲୋଚନା କରିଛନ୍ତି। ଏହି କନଫରେନ୍ସରେ ଅତିରିକ୍ତ କୋଷ୍ଟାଲ ସିକ୍ୟୁରିଟି ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ସେହି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଓ ବ୍ରହ୍ମପୁର ରହିଛି।

 

 

୭ଟି ଉପକୂଳ ଜିଲ୍ଲାରେ ଥିବା ୧୮ ମେରାଇନ୍ ଥାନାକୁ କିପରି ସଜାଗ ରହିବେ ତାହା ଉପରେ ଡିଜି ସମୀକ୍ଷା କରିଛନ୍ତି। କେବଳ ଯେ ଉପକୂଳ ସୁରକ୍ଷା ନୁହେଁ, ବରଂ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଡିଜି ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି।