ଗଜପତି,ଏନ୍ଏନ୍ଏସ୍: ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ପୁଲିସ ଡିଜି ଅଭୟ। ଏହି ଗସ୍ତ ସମୟରେ ଜିଲ୍ଲା ପୁଲିସର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କହିଛନ୍ତି। ଜିଲ୍ଲାରେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାରୁ ଏ ଦିଗରେ ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରଥମେ ପୁଲିସ ଡିଜି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ପୁଲିସର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରିଥିଲେ। ବିଶେଷକରି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାରୁ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚି ଗଞ୍ଜେଇ ମୁକ୍ତ ଜିଲ୍ଲା କରିବାକୁ ଜିଲ୍ଲା ପୁଲିସ ଅଧିକାରୀଙ୍କ ସହ ରଣନୀତି ବିଷୟରେ ଆଲୋଚନା କରିଛନ୍ତି।
ଜିଲ୍ଲାର ଅଡବା, ମୋହନା ଓ ଆର ଉଦୟଗିରି ଥାନାରେ ଗଞ୍ଜେଇ ଚାଲାଣ ନେଇ ମାମଲା ବୃଦ୍ଧି ପାଉ ଥିବାବେଳେ ଏଥିରେ ରୋକ୍ ଲଗାଇବା ନେଇ ଜିଲ୍ଲାର ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ଜିଲ୍ଲା ପୁଲିସରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।