ଗଞ୍ଜାମ ଜିଲ୍ଲାରେ ଲକଡାଉନ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ ଡିଜିପି ଅଭୟ

ଗଞ୍ଜାମ,ଏନ୍ଏନ୍ଏସ୍: ମାନ୍ୟବର ଡିଜିପି ଅଭୟ କରୋନାର ସ୍ଥିତି ସମୀକ୍ଷା କରିବାକୁ ନେଇ ପ୍ରତିଦିନ ଭିନ୍ନ ଭିନ୍ନ ଜିଲ୍ଲା ପରିଦର୍ଶନ କରୁଥିବାବେଳେ ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି।

ଏହି ପରିପ୍ରେକ୍ଷୀରେ ଡିଜିପି ଅଭୟ ଆଜି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ପରିଦର୍ଶନ କରି ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ, ପୁଲିସର ମନୋବଳ ତଥା ଜିଲ୍ଲାର ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି। ଏଥିସହ ଅଞ୍ଚଳରେ ଲକଡାଉନର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।