ସମ୍ବଲପୁର,ଏନ୍ଏନ୍ଏସ୍: ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଶ୍ରୀ ଅଭୟ। ଏହି ପରିପ୍ରେକ୍ଷୀରେ ସେଠାରେ ସେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଏଥିସହ କହିଛନ୍ତି ଯେ ଅପରାଧ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ ଓ ଡିଜିଟାଲ ଫରେନସିକକୁ ଗୁରୁତ୍ୱ ଦିଆଯିବ। ସେହିପରି ନିଶା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିର ସମ୍ପତ୍ତି ବ୍ୟାଜ୍ୟାପ୍ତ କରିଦିଆଯିବ ବୋଲି କହିଛନ୍ତି। ପୁଲିସ ବିଭାଗର ଭିତ୍ତିଭୁମି ଓ ମାନବ ସମ୍ବଳ କିପରି ବୃଦ୍ଧି ହେବ ସେନେଇ ଆଲୋଚନା ହୋଇଛି।
ସାଇବର କ୍ରାଇମ ରୋକିବା ପାଇଁ ପୁଲିସ ଅଫିସରମାନଙ୍କୁ ଟ୍ରେନିଂ ଦିଆଯିବ। ୫ଟି ଜିଲ୍ଲାର ଏସପିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହାସହ ବସନ୍ତପୁର ପୁଲିସ ଟ୍ରେନିଂ ସ୍କୁଲର ପରିଦର୍ଶନ କରିଛନ୍ତି ଡିଜି । ବରଗଡ଼, ବଲାଙ୍ଗିର ଓ ସୋନପୁର ଅଞ୍ଚଳରେ ନକ୍ସଲ ସମସ୍ୟା ନେଇ ଏସପି ମାନଙ୍କ ସହ ଆଲୋଚନା ହୋଇଛି।