ଡିଏଫଓ ନିଲମ୍ବିତ

ରାୟଜଡ଼ା, ଏନ୍ଏନ୍ଏସ୍ :  ଶନିବାର  ଓଡ଼ିଶା ସରକାର  ସଙ୍ଗୀନ ସମ୍ବେଦନାଶୀଳ ଅଭିଯୋଗ ଉପରେ ରାୟଗଡ଼ା ଜିଲ୍ଲା  ଡିଏଫଓ ଦେବର୍ଚ୍ଚନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଦେବର୍ଚ୍ଚନଙ୍କ ନାଁ’ରେ ସାଂଘାତିକ ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସିଥିବା ସମସ୍ତ ଅଭିଯୋଗ ନେଇ ତଦନ୍ତ ଜାରି ରହିଛି। କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ସହ ସରକାରୀ ଘର ନିର୍ମାଣ – ରକ୍ଷଣାବେକ୍ଷଣରେ ଅର୍ଥନୈତିକ  ଦୁର୍ନିୀତିର ଅଭିଯୋଗ  ଆସିଥିଲା।