ଧ୍ୱଂସ ହେଲା ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଓବାଦୀଙ୍କ ସହିିଦ ସ୍ମୃତି ସ୍ତମ୍ଭକୁ ସୁରକ୍ଷୀ ବାହିନୀ ପକ୍ଷରୁ ଧ୍ବଂସ କରିଦିଆଯାଇଛି। କୁମ୍ବିଂ ଅପରେସନ ସମୟୟରେ ଏହାକୁ ବୋମାରେ ଉଡାଇ ଦିଆଯାଇଛି। ସହିଦ ସ୍ତମ୍ଭ ପାଖରେ ମାଓବାଦୀମାନେ ସ୍ଥାନୀୟ ଆଦିବାସୀଙ୍କୁ ମେଳି କରି ମାଓ ସଂଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉ ଥିଲେ। ଏ ସମ୍ପର୍କରେ ଖବର ମିଳିବା ପରେ ଡିଆରଜି ଯବାନଙ୍କ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା।

ସୀମାନ୍ତରେ ଥିବା ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ ମାଲକାନଗିରି ସୀମାନ୍ତ ପଡୋଶୀ ଛତିଶଗଡର ଦାନ୍ତେୱାଡା ପୋଟାଲ୍ଲି ମିଲ୍ଲକମ ପାରା ଅଞ୍ଚଳରେ ମାଓବାଦନିଜ କମ୍ରେଡ ସହିଦ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଓ ସ୍ମତିସ୍ତମ୍ଭ ନିର୍ମାଣ କରିଥିଲେ । ଯାହାକୁ ଆଜି ସୁରକ୍ଷା ବାହିନୀ ଧ୍ୱଂସ କରିଛି।

ସେପଟେ କିଛି ଦିନର ନୀରବତା ପରେ ପୁଣି ଛତିଶଗଡରେ ମୁଣ୍ଡ ଟେକି ଥିବା ଲାଲବାହିନୀକୁ ନିପାତ କରିବା ପାଇଁ ଅପରେସନ ଅଲଆଉଟ ଆରମ୍ଭ ହୋଇଥିବା ଜଣାପଡିଛି।