ମଦ ବିକ୍ରି ବିରୋଧରେ ଗର୍ଜିଲେ ଆଦିବାସୀ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା କୁଣ୍ଡୁରା ଥାନା ଅନ୍ତର୍ଗତ ରାୟଗୁଡ଼ାରେସ୍ଥାନୀୟ ଲୋକମାନେ ମଦ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ବେଆଇନ ମଦଭାଟିକୁ ଭାଙ୍ଗିଦେଇଛନ୍ତି। ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ବିହାରରୁ କିଛି ଲୋକ ଆସି ଏହି ଅଞ୍ଚଳରେ ମଦଭାଟି କରିଥିଲେ। ତେବେ ଏହାର ବିରେଧ କରିରାୟଗୁଡ଼ା ଓ ସିନିଗୁଡ଼ା ଅଞ୍ଚଳବାସୀ ଉକ୍ତ ମଦଭାଟିରେ ନିଅାଁ ଲଗାଇଦେବା ସହ ମଦଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ଖବରପାଇକୁଣ୍ଡୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।