ଦେବଗଡ଼ରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ପୁଣି ଦେବଗଡ଼ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ସରକାରୀ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ଏବଂ ସେ ତାମିଲନାଡୁ ଫେରନ୍ତା। ତାଙ୍କର ସ୍ୱାବ ନମୁନା ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରୁ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣ ସୁସ୍ଥ ହୋଇଛନ୍ତି। ୩ ଜଣ ଚିକିତ୍ସିତ ଅଛନ୍ତି।