ଦେବଗଡ଼ ଆଦର୍ଶ ଥାନାର ଦୁଇ କର୍ମଚାରୀ କରୋନା ଆକ୍ରାନ୍ତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ନେଉ ନଥିବା ବେଳେ ଆଜି ଦେବଗଡ଼ ଆଦର୍ଶ ଥାନାରେ କାର୍ଯ୍ୟରତ ଦୁଇ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି। ଦେବଗଡ଼ ଆଦର୍ଶ ଥାନାରେ ଆବଶ୍ୟକ ଅନୁଯାୟୀ ପୁଲିସ ଅଧିକାରୀ ଓ କର୍ମଚାରୀ ନ ଥିବାବେଳେ ମାତ୍ର ତିନିଜଣ ଅଧିକାରୀଙ୍କୁ ନେଇ ଥାନା କାର୍ଯ୍ୟକ୍ଷମ ଥିବାବେଳେ କନଷ୍ଟେବଳ, ଓଏପିଏଫ ଓ ଗୃହରକ୍ଷୀଙ୍କୁ ନେଇ ଥାନା ଚାଲିଥିବା ବେଳେ ଗୋଟିଏ ଦିନରେ ଦୁଇ ଓଏପିଏଫ କରୋନା ସଂକ୍ରମିତ ଥିବାଜଣା ପଡିବାପରେ ଆଦର୍ଶ ଥାନାର ଦୁର୍ଦ୍ଦଶା ବଢ଼ିଯାଇଛି।