ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଚାଷୀ ସମସ୍ୟାର ସମାଧାନ ନୁହେଁ : ପ୍ରାଉଟିଷ୍ଟ କୃଷକ ସଂଘ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚାଷୀଙ୍କ ଧାନ ସରକାର କିଣୁ ନଥିବା ଅଭିଯୋଗ କରି ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ରୌନକପ୍ଲାଜା ଠାରେ ପ୍ରାଉଟିଷ୍ଟ କୃଷକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଇଥିଲା। ପ୍ରାଉଟିଷ୍ଟ କୃଷକ ସଂଘର ସଭାପତି ଡୋଲାକର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ସାହୁ, ଭୋଳେଶ୍ୱର ସାହୁ ଏବଂ ପ୍ରସନ୍ନ କିସାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନ କରିଥିଲେ। ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଚାଷୀ ସମସ୍ୟାର ସମାଧାନ ନୁହେଁ ବୋଲି ଶ୍ରୀ ଭୋଇ ପ୍ରକାଶ କରିବା ସହ ଚାଷୀ ଙ୍କ ମଳିକ ଆବଶ୍ୟକତା କୁ ପୂରଣ କରିବା ସହ ଜିଲ୍ଲାରେ ନିଯୁକ୍ତି ଏବଂ ସ୍ଥାନୀୟ ସମ୍ବଳ ଆଧାରରେ ସମବାୟ ଭତ୍ତିିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ କରି ଯୁବ ଗୋଷ୍ଠୀଙ୍କୁ କର୍ମ ସଂସ୍ଥାନ ଯୋଗାଇବା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀକୁ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ।