କଳାବଜାରୀ ରୋକିବା ପାଇଁ ଜିଲ୍ଲା ପୁଲିସର ନିର୍ଦ୍ଦେଶ ଜିଲ୍ଲା By Nitidin Last updated Apr 8, 2020 Share ଦେବଗଡ, ଏନ୍ଏନ୍ଏସ୍ : ଲକ ଡାଉନ ସମୟରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ବ୍ୟବସାୟୀକ ପ୍ରତିଷ୍ଠାନ ପକ୍ଷରୁ ସାମାଜିକ ଦୂରତା କୁ ବଜାୟ ରଖିବା ସହ ଜନସାଧାରଣ ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ଜଣା ପଡିଛି । ସେହିପରି ଯେ କୈାଣସି ବ୍ୟକ୍ତି ଘରୁ ବାହାରିବା ସମୟରେ ମାସ୍କର ବ୍ୟବାହାର କରିବା ସହ ମୁହ ଘୋଡାଇ ଯିବା ଆସିବା କରିବାକୁ ପରାମର୍ଶ ଦିଆଯାଇଛି । https://nitidin.com/wp-content/uploads/2020/04/8-APR-2020-KALA-BAZARI-ROKIBAKU.mp4 ସେହିପରି ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ଆସୁଥିବା ଗ୍ରାହାକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ନ ପାରିଲେ ସେମାନଙ୍କ ବିରୁଦ୍ଦରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବ୍ୟବାସାୟୀକ ପ୍ରତିଷ୍ଠାନ ଗୁଡିକୁ ସିଲ କରାଯିବ ବୋଲି ଏସପି ରାହୁଲ ଜୈନ ଏକ ସତର୍କସୂଚନା ସୋସିଆଲ ମିଡିଆରେ ପ୍ରସାରଣ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଆଜି ଜିଲ୍ଲାରେ ସମସ୍ତ କରୋନା ଦୋକାନ ଏବଂ ପରିବା ବଜାର ବ୍ୟବସାୟୀମାନଙ୍କୁ ଦୋକାନ ସମ୍ମୁଖରେ ଦର ତାଲିକା ଟାଙ୍ଗୀ ବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି କୈାଣସି ସ୍ଥାନରେ କଳାବଜାରୀ କରାଯାଇ ଚଢା ମୂଲ୍ୟରେ କୈାଣସି ଜିନିଷ ବିକ୍ରୀ ହେଉଥିଲେ ତାଙ୍କ ନିକଟକୁ ସୂଚନା ଦେବାକୁ ଶ୍ରୀ ଜୈନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । Share