ରେଙ୍ଗାଳୀ ଜଳ ଭଣ୍ଡାରର ଭିନ୍ନଭିନ୍ନ ସ୍ଥାନରେ ୧୮ଟି ଡଙ୍ଗା ବୁଡି ୧୭ ଉଦ୍ଧାର ୧ ନିଖୋଜ

ଦେବଗଡ,ଏନ୍ଏନ୍ଏସ୍ : ବାରକୋଟ ଥାନା ଅନ୍ତର୍ଗତ ପଡିଆନାଳୀ ଗ୍ରାମ ନିକଟରେ ଥିବା ରେଙ୍ଗାଳୀ ନଦୀବନ୍ଧ ଜଳଭଣ୍ଡାର କୁ ମାଛ ଧରିବାକୁ ଯାଇଥିବା ବେଳେ ଝଡ ତୋଫାନ ପ୍ରଭାବରେ ୧୦ ଉଦ୍ଧ୍ୱ ଡଙ୍ଗା ଜଳ ଭଣ୍ଡାରରେ ବୁଡି ଯାଇଥିବା ବେଲେ ଜଣେ ଧୀବର ନିଖୋଜ ଥିବାର ଜଣା ପଡିଛି । ସେହିପରି ୫ ଜଣ ଧୀବରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଦାର କରିଥିବା ବେଳେ ଅନ୍ୟ ୫/୬ ଜଣ ଧୀବରଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ  ଅନ୍ୟ ଦିନ ମାନଙ୍କ ଭଳି ଆଜି ମଧ୍ୟ ବାଲିରଇ ଗ୍ରାମର ଦୁଃଖବନ୍ଧୁ ସାମଲ ,ହେମନ୍ତ ଧୀବର , ସମ୍ବାରୁ ହରିଜନ ,ମଙ୍ଗୁଳୁ ଧିବର ରଜନୀ ଧିବର ,ଦଣ୍ଡ ଧିବର,ଜୁଗୁ ଧିବର ଓ ଭାଗ୍ୟ ଧିବର ଙ୍କ ସମେତ ୧୫ ଜଣରୁ ଉଦ୍ଦ୍ୱର୍ ଧିବର ମାଛ ଧରିବାକୁ ରେଙ୍ଗାଳୀ ନଦୀବନ୍ଧ ଜଳ ଭଣ୍ଡାର ମଧ୍ୟ କୁ ଯାଇଥିଲେ । ମାତ୍ର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ହଠାତ ଘଡ ଘଡି ସହ ଝଡ ତୋଫାନ ଆରମ୍ଭ ହୋଇଥିଲା।ଫଳରେ ଜଳ ଭଣ୍ଡାର ମଧ୍ୟରେ ୧୦ ଉଦ୍ଧ୍ୱର୍ ମାଛ ଧରା ଡଙ୍ଗା ବୁଡି ଯିବା ସହ ପବନ ବେଗରେ ଡଙ୍ଗାରେ ଥିବା ଧୀବରମାନେ ଗଭୀର ଜଣ ଭଣ୍ଡାରେ ବୁଡି ଯାଇଥିଲେ। ତେବେ କେତେକ ଧିବର ଝଡ ତୋଫାନ ଆରମ୍ଭ ହେବା ପୂର୍ବରୁ କୂଳକୁ ଫେରି ଅସିଥିଲେ । ମାତ୍ର ଝଡ ଆରମ୍ଭ ହେବା ସମୟରେ ଉପରୋକ୍ତ ଧୀବରମାନେ ଜଳ ଭଣ୍ଡାରର କୂଳରୁ ବହୁ ଦୂରରେ ଥିବାରୁ କୂଳକୁ ଫେରିପାରି ନ ଥିଲେ।

ଡଙ୍ଗା ବୁଡିବା ଦେଖି ଅନ୍ୟ କେତେକ ଧୀବର ଗ୍ରାମରେ ସୂଚନା ଦେବା ପରେ ଗ୍ରାମବାସୀମାନେ ବାରକୋଟ ଅଗ୍ନିଶମ ବାହିନୀକୁ ସୂଚନା ଦେବା ସହ ଝଡ କମିବା ପରେ ଜଳ ଭଣ୍ଡାର ମଧ୍ୟ କୁ ସେମାନେ ପଶି ପାଣିରେ ବୁଡିଥିବା ଧୀବରମାନଙ୍କୁ ଉଦ୍ଧାର କରିଥିଲେ। ତେବେ ହେମନ୍ତ ଧୀବରଙ୍କ କୈାଣସି ପତା ମିଳିନଥିବା ବେଳେ ଅଗ୍ନିଶମ ବିଭାଗ ବହୁ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ରାତ୍ରୀର ଅନ୍ଧକାର ଯୋଗୁ ଖୋଜିବା ସମ୍ଭବ ନ ହେବାରୁ ଅଗ୍ୱିଶମ ବାହିନୀ ଫେରିଆସିଥିବା ଜଣା ପଡିଛି। ସେହପରି ଉଦ୍ଧାର କରାଯାଇଥିବା ଦୁଃଖବନ୍ଧୁ ସାମଲ ଗୁରୁତର ଥିବାରୁ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଅନୂରୂପ ଭାବେ ପାଣପୋଶି ଗ୍ରାମ ନିକଟ ରେଙ୍ଗାଳୀ ଜଳ ଭଣ୍ଡାରରେ ୨ଟି ଡଙ୍ଗା ନିଖୋଜ ଥିବା ସୂଚନା ହସ୍ତଗତ ହୋଇଥିବା ବେଳେ ରୁଗୁଡ ଗ୍ରାମର ମୁରଲୀ ଧୀବର,ସମ୍ଭାରୀ ଧୀବର,ବଚନ ଧୀବର,ମୀନ ଧୀବର ଓ ଟଙ୍କ ପେଣ୍ଠେଇ ପ୍ରମୁଖ ପୁରୁଣା ରୁଗୁଡ ନିକଟସ୍ଥ ରେଙ୍ଗାଳୀ ଜଳ ଭଣ୍ଡାର ମଧ୍ୟ କୁ ମାଛ ମାରିବାକୁ ଯାଇଥିବା ବେଳେ ଝଡ ତୋଫାନ ପ୍ରଭାବରେ ସେମାନଙ୍କ ପ୍ରାୟ ୫ ରୁ ଉଦ୍ଧ୍ୱର୍ ମାଛ ଧରା ଡଙ୍ଗା ଜଳ ଭଣ୍ଡାର ମଧ୍ୟରେ ବୁଡି ଯାଇଥିବା ବେଳେ ସେମାନଙ୍କୁ ଗ୍ରାମବାସୀମାନେ ଜଳ ଭଣ୍ଡାର ମଧ୍ୟରୁ ଉଦ୍ଦାର କରିଥିବା ଜଣା ପଡିଛି ।