କରୋନା ସଂକ୍ରମଣ ରୋକିବା ନେଇ ଜନ ସଚେତନତା

ଦେବଗଡ,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରନା ଭାଇରସ ଓଡିଶାକୁ ପ୍ରବେଶ କରିବା ପରେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଚିକିତ୍ସା ଅପେକ୍ଷା ଜନସଚେତନତାକୁ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ,ବ୍ୟବସାୟୀକ ପ୍ରତିଷ୍ଠାନ ,ସିନେମାହଲ୍ ସହ ଜନଗହଳି ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଏହି ପରିପ୍ରେକ୍ଷିରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ବିଭିନ୍ନ ଅନୁଷ୍ଠାନ ସଚରତନତା କାର୍ଯ୍ୟକ୍ରମ ହାତକୁ ନେଇ ଜନ ସାଧାରଣଙ୍କୁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ଆଜି ଦେବଗଡ଼ ଜିଲ୍ଲା ବାମଣ୍ଡା କ୍ରାନ୍ତି ଏକତା ମଂଚ ପକ୍ଷରୁ ସଭାପତି ବିକାଶ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ସ୍ଥାନୀୟ ପ୍ରଧାନପାଟ ସ୍ଥିତ ଚମ୍ବକେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏକ କରୋନା ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ସମେତ ବିଭିନ୍ନ ଗ୍ରାମରେ ପରିକ୍ରମା କରି ଜନସାଧାରଣଙ୍କୁ କରୋନାର ସଂକ୍ରମଣକୁ କିପରି ରୋକା ଯାଇପାରିବ ସେ ସମ୍ପର୍କରେ ସଚେତନ କରିବ।

ସେହିପରି ସହରର ଜନଗହଳି ପୂର୍ଣ୍ଣ ଘରୋଇ ବସଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ମଂଚ ପକ୍ଷରୁ ସଚେତନତା ଲିଫ ଲେଟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସମୀର ରଞ୍ଜନ ପ୍ରଧାନ ,ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅମରେନ୍ଦ୍ର ଗଙ୍ଗଦେବ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୂତି ଗଙ୍ଗଦେବ ,ପ୍ରଦୀପ୍ତ କୁମାର ଦେବତା, ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର,ତିଲେଇବଣୀ ବ୍ଲକ ଉପାଧ୍ୟକ୍ଷ ଭୂପେନ୍ଦ୍ର ପ୍ରାସଦ ନାୟକ,ପ୍ରଶାନ୍ତ ଭଞ୍ଜ,ଶଙ୍କର୍ଷଣ ମହାପାତ୍ର,ସୁଧିର କୁମାର କପରଦାର ,ପ୍ରଫୁଲ୍ଲ କୁମାର ମହାପାତ୍ର ଓ ମାର୍କଣ୍ଡେଶ୍ୱର ଶତପଥି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସେହିପରି ନଗର ବିଜେଡି ପକ୍ଷରୁ ସଭାପତି ଶୁକଦେବ ଭଞ୍ଜଙ୍କ ନେତୃତ୍ୱରେ ବହୁ କର୍ମୀ ସହରର ବିଭିନ୍ନ ସ୍ଥାନରେ ଚା ଓ ଜଳଖିଆ ଦୋକାନରେ ପହଚିଂ ସାବୁନ ଏବଂ ଟିସୁ ପେପର ରୁମାଲ ପ୍ରଦାନ କରିବା ସହ ଦୋକାନୀ ଓ ଜନ ସାଧାରଣଙ୍କୁ ସାବୁନରେ ହାତ ଧୋଇବା ସହ ଟିସୁ ପେପର ରୁମାଲ ବ୍ୟବାହର କରି କୋରନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟଙ୍କୁ ସଂକ୍ରମଣରୁ ରୋକିବାରେ ସହାୟକ ହେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ।