ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତରେ ଦୁଇଜଣ କରୋନା ପଜିତିଭ ଚିହ୍ନଟ ହେବାପରେ ସରପଞ୍ଚ କୁଶମଣୀ ମେହେ ପଞ୍ଚାୟତକୁ ୭୨ ଘଣ୍ଟାପାଇଁ ସଟଡାଉନ ଘୋଷଣା କରିଛନ୍ତି। ଆସନ୍ତା ୧୨ ତାରିଖରୁ ୧୪ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ସଟଡାଉନ ସହ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି। ଜରୁରୀକାଳୀନ କାମକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସୂଚନାଯୋଗ୍ୟ , ଦେଓଗାଁ ବ୍ଲକ ଜରାସିଂହା ଗାଁରେ ଗତ ରବିବାର ଜଣେ ୨୦ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୋମବାର ପୁଣି ଜଣେ ୪୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି।