ଦେଓଗାଁ ସାଇନ ବୋର୍ଡରେ ସୀମିତ ବାହ୍ୟ ମଳମୁକ୍ତ ଗାଁ

ଦେଓଗାଁ, ଏନ୍ଏନ୍ଏସ୍: ସ୍ୱଚ୍ଛଭାରତ ଯୋଜନାରେ କେନ୍ଦ୍ର ସରକାର ଗାଁରେ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କାର ସହାୟତା ଦେଉଛନ୍ତି। କିନ୍ତୁ କାର୍ଯ୍ୟରତ ଜେଇଙ୍କ ଠିକାଦାର ପ୍ରୀତି ଯୋଗୁଁ ପାଇଖାନା ବ୍ୟବହାର ନ ହୋଇ ଭାଙ୍ଗିଯାଉଛି। ଯାହାଦ୍ୱାରା ଲୋକମାନେ ରାସ୍ତା କଡ ଓ ରେଳ ଧାରଣା ଉପରେ ମଳ ତ୍ୟାଗ କରି ହଟ ହଟ୍ଟା ହେଉଛନ୍ତି। ଦେଓଗାଁ ବ୍ଲକ୍ ର ଏପରି ଦୁଇଟି ଗାଁ ଅଛି,  ଯେଉଁଠି ଲୋକ ଉଠିଲା ମାତ୍ରେ ରେଳ ଧାରଣାକୁ ଯାଇଥାନ୍ତି ମଳତ୍ୟାଗ ପାଇଁ।  ହେଲେ ପ୍ରତିଘରେ ଦୁଇରୁ ତିନୋଟି ପାଇଖାନା ନିର୍ମାଣ କରି ସରକାରୀ ସହାୟତା ହାତେଇଇଥିବା ଜଣାପଡଛି।

ଏହି ବ୍ଲକ ର ଜରାସିଂହା ପଞ୍ଚାୟତର ଚନ୍ଦ୍ରପୁର ଓ ହାତୀସରା ପଞ୍ଚାୟତର ହାତୀସରା ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି । ମାତ୍ର ତାହା କାଗଜକଲମରେ ସୀମିତ ରହିଛି। ଏହି ଗାଁର ଅନେକ ପୁରୁଷ ଓ ମହିଳା ରେଳଧାରଣା ଉପରେ ମଳତ୍ୟାଗ କରୁଥିବା ଜଣାଯାଇଛି। ଫଳରେ ଏହି ଧାରଣା ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ରେଳ ଧାରଣା କୁ ମରାମତି ନ କରି ଫେରିଆସୁଛନ୍ତି। ତେଣୁ ଉଭୟ ଗାଁର ଲୋକଙ୍କୁ ରେଳ ଧାରଣାରେ ମଳତ୍ୟାଗ ନ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଦାବି ହେଉଛି।