ଡ୍ରପ୍ ଆଉଟ ପାଇଁ ଡିଇଓ ଦାୟୀ

ଭୁବନେଶ୍ୱର,୨୯ା୮: ଏଣିକି ପିଲାମାନେ ଅଧାରୁ ପାଠ ପଢ଼ା ଛାଡ଼ିଲେ ଜିଲ୍ଲାସ୍ତରରେ ଉଭୟ ଡିଇଓ ଓ ବିଇଓଙ୍କୁ ଦାୟୀ କରାଯିବ। ପୂର୍ବ କ୍ଲାସ୍ରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ଯଦି ପରୀକ୍ଷା ପରେ ଉପର କ୍ଲାସରେ କମ୍ ହୁଏ ତେବେ ସେ ନେଇ ସରକାରଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ। ଯଦି ସରକାର ଏହି ଉତ୍ତରରେ ସନ୍ତୋଷ ନହୁଅନ୍ତି ତେବେ ସମୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ ବଢ଼ୁଥିବା ସ୍କୁଲ ଡପ୍ରଆଉଟ ସଂଖ୍ୟାକୁ ହ୍ରାସ କରିବା ପାଇଁ ଗଣଶିକ୍ଷା ବିଭାଗ ଏଭଳି ଏକ ନିଷ୍ପତ୍ତି ନେଇଛି। ସେହିପରି ପ୍ରତିବର୍ଷ କେତେପିଲା ସ୍କୁଲରେ ନାମଲେଖାଉଛନ୍ତି, କେତେଜଣ ବାର୍ଷିକ ପରୀକ୍ଷା ଦେଉଛନ୍ତି ତାହାର ରିପେର୍ଟ ପ୍ରସ୍ତୁତ କରାଯିବ।