ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସହ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶୁକ୍ରବାର ଓଡ଼ିଶାର ୧୩ଟି ଜିଲ୍ଲାରେ ପ୍ରବଳ କୁହୁଡ଼ି ହେବାର ସୂଚନା ଦିଆଯାଇଛି। ଏଥିସହ ୨୧ଟି ତଟୀୟ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ଥିବା କୁହାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚମବଙ୍ଗଳାରୁ ଝାଡଖଣ୍ଡର ଉତ୍ତର ଆନ୍ତରିକ ଓଡ଼ିଶାରେ ବର୍ଷା ଦେଖାଯାଇଛି।

ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ ଜିଲ୍ଲାରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ଏହାଛଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, କଟକ, ମୟୁରଭଞ୍ଜ, ପୁରୀ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ରହିବ।

୨୮ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସରା ରାଜ୍ୟରେ ୩ରୁ ୪ଡିଗ୍ରୀ ତାପମାତ୍ରା ରହିବ ବୋଲି ଜଣାଯାଇଛି। ସେହିପରି ରାତ୍ରିରେ ତାପମାତ୍ରା ଆହୁରି କମିପାରେ ବୋଲି ମଧ୍ୟ କୁହାଯାଇଛି। ତେବେ ଶୀତର ଏହି ପ୍ରକୋପ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।