କଟକ ଏସସିବିରେ ଗଲା ଆଉ ଏକ ଡେଙ୍ଗୁ ରୋଗୀର ଜୀବନ

କଟକ,ଏନ୍ଏନ୍ଏସ୍: ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ହେଉଥିବା ବେଳେ ଗଲା ଜୀବନ। ତେବେ ପୁରୀ ସାକ୍ଷିଗୋପାଳ ଅଞ୍ଚଳର ରମା ବାରିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗତ ୮ତାରିଖରେ ରମା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଏସସିବିରେ ଭର୍ତ୍ତି ହୋଇ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡରେ ଚିକିତ୍ସାଧୀନ ଥିଲେ। ତେବେ ବୁଧବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଚଳିତ ବର୍ଷ ଏସସିବିରେ ଡେଙ୍ଗୁ ଆକ୍ରାନ୍ତରେ ଦ୍ୱିତୀୟ ମୃତ୍ୟୁ। ସେହିପରି ଅଗଷ୍ଟ ୧୩ରେ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଚଳିତ ବର୍ଷ ଡେଙ୍ଗୁ  ଆକ୍ରାନ୍ତରେ ୧୧୬୩ ଜଣ ଏସସିବିରେ ଆଡ୍‌ମିସନ ହୋଇଥିବା ବେଳେ ବର୍ତ୍ତମାନ ୫୮ଜଣ ଓ୍ଵାର୍ଡରେ ଓ ୩ଜଣ ଆଇସିୟୁରେ ଥିବା ଜଣାଯାଇଛି।