ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ, ମୋଟ ୨୧୭ ଆକ୍ରାନ୍ତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରର ଜଳେଶ୍ୱର ଓ ବାଲିଆପାଳ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ଜଣାଯାଇଛି। ଏ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଜଳେଶ୍ୱର ବ୍ଲକ ମହମ୍ମଦନଗରପାଟଣାରେ ୧୫ଦିନ ମଧ୍ୟରେ ୨୦ରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟରେ ୨୧୭ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ଜଣାଯାଇଛି। ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ କେତେକ ବ୍ୟକ୍ତି ଘରେ ଅଛନ୍ତି। ସେହିପରି ରାଜ୍ୟ ବାହାରୁ ମଧ୍ୟ କେତେକ ଡେଙ୍ଗୁ ରୋଗୀ ଏଠାରେ ଭର୍ତ୍ତି ଥିବା ଜଣାଯାଇଛି।

ତେବେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହାର ମାଇଗ୍ରୋଟୋରି ବାହାର ରାଜ୍ୟ ଯଥା- ହାଇଦ୍ରାବାଦ ଓ ବେଙ୍ଗାଲୁରୁରୁଆସିଛି ବୋଲି କହିଛନ୍ତି।