ରାଜଧାନୀରେ ବଢୁଛି ଡେଙ୍ଗୁ ଆତଙ୍କ, ଗୋଟିଏ ଦିନରେ ୫୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଆତଙ୍କ ଥମିନଥିବା ବେଳେ ଏବେ ରାଜଧାନୀ ବାସୀଙ୍କୁ ଡରାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଏବେ ଏକ ପ୍ରକାର ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି।

ଗୋଟିଏ ଦିନରେ ୫୦ ଡେଙ୍ଗୁ ଆକ୍ରାନ୍ତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେବା ଏବେ ବିଏମସିର ଚିନ୍ତା ବଢାଇଛି। ନୂଆ ୫୦ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି। କ୍ରମାଗତ ଭାବରେ ଭୁବନେଶ୍ୱରର ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସଫେଇ ଓ ସଚେତନନତା କାର୍ଯ୍ୟକ୍ରମ ପରେ ବି ରାଜଧାନୀରେ ଡେଙ୍ଗୁ ବେକାବୁ ହେବାରେ ଲାଗିଛି।