ସୁନ୍ଦରଗଡରେ ଥମୁନି ଡେଙ୍ଗୁ

ସୁନ୍ଦରଗଡ, ଏନ୍ଏନ୍ଏସ୍: ମଙ୍ଗଳବାର ଡେଙ୍ଗୁରୋଗୀଙ୍କ ସଂଖ୍ୟା ୪୫ ଥିବା ବେଳେ ଦିନକ ମଧ୍ୟରେ ଆହୁରି ୭ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୭ ଜଣ ଜାକ ଖତକୁରବାହାଲ ଗାଁର। ସୁନ୍ଦରଗଡ ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରୁ ମିଳିଥିବା ସୁଚନା ଅନୁଯାୟୀ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। କୁତ୍ରା ବ୍ଲକର ଖତକୁରବାହାଲରେ ମଙ୍ଗଳବାର ୭ ଜଣ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ବୁଧବାର ସେମାନେ ଡେଙ୍ଗୁ ରୋଗରେ ଅକ୍ରାନ୍ତ ଥିବା ରିପୋର୍ଟ ଆସିଥିଲା। ତେବେ ଏହି ୭ ଜଣକୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତିର୍ କରାଯାଇଛି। ତେବେ ଖତକୁରବାହାଲରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ୫୦ କୁ ବୃଦ୍ଧି ପାଇଛି। ଅନ୍ୟ ଦୁଇ ଜଣ ଡେଙ୍ଗୁ ରୋଗୀ ବିରମିତ୍ରପୁର ଓ ସୁନ୍ଦରଗଡ ଟାଉନର। ତେବେ ୫୨ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଏମସରେ ଭର୍ତିତ୍ତକରାଯାଇଛି।

ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ୨୨ ଜଣ ଡେଙ୍ଗୁରୋଗୀଙ୍କୁ ଭର୍ତି କରାଯାଇଛି। ଅବଶିଷ୍ଟ ୨୭ ଜଣ ଚିକତ୍ସା ପାଇ ସୁସ୍ଥ ହୋଇଥିବା ଜଣା ପଡିଛି। ତେବେ ଖତକୁରବାହଲ ଅଂଚଳରେ ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଚିନ୍ତାର ବିଷୟ ପାଲଟିଛି। ସ୍ୱାସ୍ଥ୍ୟକର୍ମିମାନେ ଏହି ଅଂଚଳରେ ରକ୍ତ ସଂଗ୍ରହ ଜାରି ରଖିଥିବା ବେଳେ ପ୍ରତିଦିନ ନୁଆ ରୋଗୀ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ଲୋକେ ଭୟରେ ଗାଁ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି।
ତେବେ ଡେଙ୍ଗୁ ବ୍ୟାପିବାକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମ ଜାରି ରଖିଥିବା ନେଇ ସୁଚନା ଦେଇଛନ୍ତି ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀ ପଙ୍କଜ ପଟେଲ।