ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ଲ୍ୟାମ୍ପସରେ ଧାନକିଣା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗିରଫ ଦାବି କରି ଆଜି ଚାଷୀନେତା ଅଖିଳ ଚନ୍ଦ୍ର ନାୟକ, କୃପାଚାର୍ଯ୍ୟ ମହାନ୍ତ ପ୍ରମୁଖ ଏସପି ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି, କେନ୍ଦୁଝର ଜିଲ୍ଲା ସାହାରାପଡ଼ା ଲ୍ୟାମ୍ପ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଚାଷୀଙ୍କ ତରଫରୁ ପାଟଣା ଥାନା ଓ ତୁରୁମୁଙ୍ଗା ଥାନାରେ ଏତଲା ଦିଆଯାଇଛି। ଏହାସହ କେନ୍ଦୁଝର ଜିଲ୍ଲା ସମବାୟ ବିଭାଗର ଡିଆରସିଏସ୍ ଅଫିସ ତରଫରୁ ମଧ୍ୟ ଏତଲା ଦିଆଯାଇଛି। ପରିତାପର ବିଷୟ ଯେ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅଭିଯୋଗ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିବା ଚାଷୀ ନେତା ଶ୍ରୀ ଅଖିଳ ଚନ୍ଦ୍ର ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।