ସାର ଯୋଗାଣ ପାଇଁ କୃଷକ ସଂଘର୍ଷ ସଂଘ ପକ୍ଷରୁ ଦାବି

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ୟୁରିଆ ସାର ଘୋର ଅଭାବ ଯୋଗୁଁ ଚାଷୀଙ୍କୁ ସାର ଯୋଗାଇବା ଦାବିରେ  ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ସଂଘର ସଭାପତି ସେମ ହେମ୍ବ୍ରେମ, ସମ୍ପାଦକ ଗୁଣନିଧି ବେହେରା, ଲିଙ୍ଗରାଜ ସାହୁ, ଦେବରାଜ ପ୍ରଧାନ ଓ ତ୍ରିପୁରାରୀ ଖୁଣ୍ଟିଆଙ୍କ ସମେତ ବହୁ ସଦସ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଦାବି ଉପସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାର ଚାଷୀଙ୍କୁ  ସମବାୟ ସମିତି ମାଧ୍ୟମରେ ତୁରନ୍ତ ୟୁରିଆ ସାର ଯୋଗାଇବାକୁ ଦାବି କରାଯାଇଛି।  ବ୍ୟତିକ୍ରମ ହେଲେ ସଂଘ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।