ୱେବ ସିରିଜ ‘ତାଣ୍ଡବ’କୁ ବ୍ୟାନ କରିବାକୁ ଦାବି

ମୁମ୍ବାଇ: ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆ ଅଭିନୀତ ମଲ୍ଟି ଷ୍ଟାରର ୱେବ ସିରିଜ ‘ତାଣ୍ଡବ’ ବିବାଦ ଘେରରେ ଫସିଯାଇଛି। ବିଜେପି ବିଧାୟକ ରାମକଦମ ସିରିଜର ନିର୍ମାତାଙ୍କ ବିରୋଧରେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିବାର ଆରୋପ ଲଗାଇଛନ୍ତି। ଏନେଇ ରାମ କଦମ ଘାଟକୋପର ପୁଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି। ଅନ୍ୟପଟେ ବିଜେପି ସାଂସଦ ମନୋଜ କୋଟକ ମଧ୍ୟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖି ‘ତାଣ୍ଡବ’ ବ୍ୟାନ କରିବାକୁ କହିିଛନ୍ତି।

ରାମ କଦମ ‘ତାଣ୍ଡବ’ ନିର୍ମାତାଙ୍କ ବିରୋଧରେ ମାମଲା ଦାୟର କରି ସିରିଜର ନିର୍ମାତା, ଅଭିନେତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।