ସମ୍ବଲପୁରୀ ବସ୍ତ୍ରକୁ ଶିକ୍ଷାନୁଷ୍ଠାନର ଡ୍ରେସକୋଡ୍‌ ପାଇଁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସମ୍ବଲପୁରୀ ବସ୍ତ୍ରକୁ ଡ୍ରେସକୋଡ୍‌ କରିବା ପାଇଁ ଆଜି ଜିଲ୍ଲା ବିଜେପି ପକ୍ଷରୁ ଦାବି ହୋଇଛି। ଏନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିମଳେନ୍ଦୁ ଭୋଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ ସମ୍ବଲପୁରୀ ବସ୍ତ୍ରକୁ ଡ୍ରେସକୋଡ୍‌ ଭାବରେ ଝାରସୁଗୁଡ଼ାର ଶିକ୍ଷାନୁଷ୍ଠାନ ମାନଙ୍କରେ ବ୍ୟବହାର କଲେ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ଉଜ୍ଜୀବିତ ରହିବା ସହ ସମ୍ବଲପୁରୀ କାରିଗରମାନଙ୍କ ପାଇଁ ଏହା ଆଉ ଏକ ରୋଜଗାରର ଉତ୍ସ ହେବ। ଫଳରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି।