ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ ଆଳରେ ଛଟ ପୂଜକୁ ବନ୍ଦ ନକରି କଟକଣା ଭିତରେ ସମ୍ପୂର୍ଣ୍ଣ ରୀତିନିତୀରେପାଳନ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରୁ ବୋଲି ପୂର୍ବାଞ୍ଚଳ ୟୁଥ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଆଜି ଏହି ଦାବି ନେଇ ୟୁଥ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ଛଟ୍ ପୂଜା ପାଳନରେ ରୋକ ଲାଗାଇବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପାଇଁ ବ୍ରଜରାଜନଗର ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ପ୍ରଶାସନ ପକ୍ଷରୁ ପୂଜା ପାଳନ ସମୟରେ ପୋଖରୀ ତଥା ନଦୀ କୂଳରେ ୧୪୪ ଧାରା ଲଗାନଯାଇ କଟକଣା ଭିତରେ ଗୋଟିଏ ପରିବାରର ଜଣେ କିମ୍ବା ୨ଜଣଙ୍କୁ ପୂଜା କରିବାକୁ ଅନୁମତି ପ୍ରଦାନ କରନ୍ତୁ ବୋଲି ୟୁଥ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ୟୁଥ୍ ଆସୋସିଏସନର ସଭାପତି ଆକାଶ ସାହୁ, ଦୀନେଶ ଗୁପ୍ତା, ସରୋଜ ଚୌହାନ, ସୋହନ ଶର୍ମା, ମନୋଜ ସିଂହ, ରବି କୁମାର ସୋନି ଓ ଜୀବନ ସାର୍ଥକ ପ୍ରମୁଖ ଉପସ୍ଥିତ ଥିଲେ।