ବରଗଡ଼ ଧନୁଯାତ୍ରାକୁ ଜାତୀୟ ପର୍ବ ଘୋଷଣା କରିବାକୁ ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ବିଜେଡି ନେତା ଏବଂ ରାଜ୍ୟସଭାର ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଧନୁଯାତ୍ରାକୁ ଜାତୀୟ ପର୍ବ ଭାବେ ଘେଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ତେବେ ସବୁଠାରୁ ବଡ଼ ବାର୍ଷିକ ଓପନ ଏୟାର ଥିଏଟର ଡିସେମ୍ବର ୩୧ରୁ ଆରମ୍ଭ ହେବ।
ତେବେ ରାଜ୍ୟସଭାରେ ଗତ ଡିସେମ୍ବର ୭ତାରିଖରେ ଏକ ନୋଟିସ ଜରିଆରେ ଏଥିରେ ପୌରାଣିକ ଓ ସାଂସ୍କୃତିକ ତଥ୍ୟ ଉପରେ ଗୁରୁତ୍ୱ ଦିଆଯିବାକୁ କୁହାଯାଇଛି। ଯାହାକି ୧୯୪୮ରେ ବ୍ରିଟିଶ୍ ସମ୍ରାଜ୍ୟର ପତନ ପରେ ଖୁସି ମନେଇବା ପାଇଁ ଆରମ୍ଭ କରାଯାଇଥିଲା।
ଏହି ଉତ୍ସବକୁ ଅସତ୍ୟ ଉପରେ ସତ୍ୟର ବିଜୟକୁ ଦର୍ଶାଇବ। ଏ ନେଇ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏକ ଫ୍ରେମ ପ୍ରସ୍ତୁତ ହୋଇଥିବା ଦେଖାଯିବ। ଏହା କଂସର ଭଉଣୀର ବାହାଘର ଠାରୁ ଆରମ୍ଭ କରି କଂସର ବଦ୍ଧ ପର୍ଯ୍ୟନ୍ତ ଦେଖାଯାଇଥିାଏ। ତେବେ ଏ ନେଇ ବରଗଡ଼ ଧନୁଯାତ୍ରାରେ ଶହେରୁ ଅଧିକ ଦକ୍ଷତା ଶୀଳ କଳାକାର ସଂଗୀତ ବା ନାଟକ କରିଥାନ୍ତି ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖି ଆନନ୍ଦ ଉଠାଇଥାନ୍ତି। ତେବେ ଏହାକୁ ବିଦେଶରେ ମଧ୍ୟ ଏହାକୁ ଦେଖାଯାଉଛି। ତେଣୁ ଏହାକୁ ଜାତୀୟ ପର୍ବ ଘୋଷଣା କରାଗଲେ ଏଥିରେ କଳାକାରମାନଙ୍କୁ କିଛି ଆର୍ଥିକ ସହାୟତା ମିଳିପାରିବ ବୋଲି କହିଛନ୍ତି।