ଭୁବନେଶ୍ୱରରେ ଆଜି ଜମାଟୋ ଡେଲିଭରି ଏଜେଣ୍ଟ ନେଲେ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ହୋମ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଆଜି ବିଏମସି ପକ୍ଷରୁ ଜମାଟୋ ଡେଲିଭରି ଏଜେଣ୍ଟଙ୍କୁ ଟିକା ଦିଆଯାଇଛି। ଏମାନଙ୍କ ଟିକାକରଣ ସପ୍ତମ ବାଟାଲିୟନ ସ୍କୁଲରେ ହୋଇଥିବା ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ସ୍ୱିଗି ଏଜେଣ୍ଟଙ୍କୁ ଟିକା ପ୍ରଦାନ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଅନ୍ୟ ଡେଲିଭରି ଏଜେଣ୍ଟଙ୍କୁ ଟିକା ଦିଆଯିବ।